ଜୟେଶ୍ ମାହାତୋ ଜଣେ ପିଏମ୍ପି ସାର୍ଟିଫାଏଡ୍ ଏବଂ ସାର୍ଟିଫାଏଡ୍ ସ୍କ୍ରମ୍ ମାଷ୍ଟର ଅଟନ୍ତି I ସେ ଓକେସିଏଲ୍ରେ ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ଭାବରେ କାର୍ଯ୍ୟରତ I ସେ ଇ-ଗଭଣ୍ଣାନ୍ସ୍ ଏବଂ ଏହାର ଆନୁଷଙ୍ଗିକ ପ୍ରକଳ୍ପଗୁଡ଼ିକର ମୁଖ୍ୟ ଅଟନ୍ତି I ସେ ISO 27001: 2013 - ISMS ଅଧୀନରେ ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ (CISO) ଭାବରେ ସଂଗଠନର ଆଇଟି ଭିତ୍ତିଭୂମିର ନେତୃତ୍ୱ ନେଇଛନ୍ତି I
ସଫ୍ଟୱେର୍ ବିକାଶ ପାଇଁ ସଂଗଠନର ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରକଳ୍ପ ତାଙ୍କ ଦ୍ୱାରା ପରିଚାଳିତ I ସେ ISO ୯୦୦୧: ୨୦୧୫ ଅଧୀନରେ ଓଏସ୍-ସିଆଇଟି ପାଠ୍ୟକ୍ରମ ସଂଯୋଜକ ଭାବରେ ଗୁଣବତ୍ତା ପରିଚାଳନା ପଦ୍ଧତି ଏବଂ ଓକେସିଏଲ୍ କ୍ୟାରିୟର୍ ଓରିଏଣ୍ଟେଡ୍ ଧନ୍ଦାମୂଳକ ପାଠ୍ୟକ୍ରମ ପରିଚାଳନା କରନ୍ତି I ସେ ବ୍ୟବସାୟ ବିକାଶ ଏବଂ ସୋସିଆଲ ମିଡିଆ ମାର୍କେଟିଂର ମଧ୍ୟ ନେତୃତ୍ୱ ନେଇଛନ୍ତି I
ଉପରୋକ୍ତ ବିଷୟଗୁଡ଼ିକ ବ୍ୟତୀତ, ସେ ପରୀକ୍ଷା ଲାଇଭ୍ ପ୍ରଡକ୍ଟ ଡୋମେନ୍ ଦାୟିତ୍ୱ ଗ୍ରହଣ କରଛନ୍ତି, ଯାହା ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନଗୁଡ଼ିକ ପାଇଁ ଅନଲାଇନ୍ ପରୀକ୍ଷା ପରିଚାଳନାକୁ ସହଜ କରିଥାଏ I