Network Partners
ଶ୍ରୀମତୀ କୋମଲ୍ ଚୌବଲ୍
Ms. Komal Chaubal

ଶ୍ରୀମତୀ କୋମଲ୍ ଚୌବଲ୍

ମହାରାଷ୍ଟ୍ର ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଏମ୍᠎᠎କେସିଏଲ୍᠎᠎)᠎᠎ର ମନୋନୀତ ନିର୍ଦ୍ଦେଶକ


କୋମଲ ଚୌବଲ (ପୂର୍ବରୁ କୋମଲ ଦୁର୍ବେ) ଅଗଷ୍ଟ ୩୧,୧୯୭୧ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ପରିବର୍ତ୍ତନଶୀଳ ଏବଂ ଆହ୍ୱାନପୂର୍ଣ୍ଣ ପରିବେଶରେ ବଢ଼ିଥିଲେ । ତାଙ୍କ ପିତାଙ୍କର ବଦଳି ଚାକିରି ଥିଲା । ଏହି ନିରନ୍ତର ପରିବର୍ତ୍ତନ ତାଙ୍କୁ ଜୀବନର ଏବଂ ଜନସାଧାରଣଙ୍କ ବିବିଧ ଦୃଷ୍ଟିକୋଣକୁ ପ୍ରଶଂସା ଏବଂ ସମ୍ମାନ କରିବାକୁ ଶିଖାଇଥିଲା । ସେ ମୁମ୍ବାଇର ନର୍ସି ମଞ୍ଜି ବିଶ୍ୱବିଦ୍ୟାଳୟର କମର୍ସ ଆଣ୍ଡ୍ ଇକୋନୋମିକ୍ସର ପୂର୍ବତନ ଛାତ୍ରୀ, ବମ୍ବେ ବୋର୍ଡରୁ ସେ ତାଙ୍କର ଉଚ୍ଚତର ମାଧ୍ୟମିକ ଶିକ୍ଷା ସମ୍ପନ୍ନ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ଭାରତର ଇନ୍᠎᠎ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ସଂସ୍ଥା(ଏଫ୍᠎᠎ସିଏସ୍᠎᠎ ୫୧୮୬)ର ଜଣେ ଫେଲୋ ସଦସ୍ୟ ଅଟନ୍ତି I

ସେ ପ୍ରାଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍᠎᠎ରେ ମ୍ୟାନେଜ୍᠎᠎ମେଣ୍ଟ ଟ୍ରେନି ଭାବରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ପରେ ଭିଷୟ କମ୍ପୋନେଣ୍ଟ୍᠎᠎ସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍᠎᠎ରେ କମ୍ପାନୀ ସଚିବ ହୋଇଥିଲେ। ସେ ୨୦୦୩ ମସିହାରେ, ମହାରାଷ୍ଟ୍ର ନଲେଜ୍ କର୍ପୋରେସନ୍ ଲିମିଟେଡ୍᠎᠎ରେ କମ୍ପାନୀ ସଚିବ ଭାବରେ ଯୋଗ ଦେଇଥିଲେ।

ଓକେସିଏଲ୍᠎᠎ ବୋର୍ଡ ୨୦୨୨ ମାର୍ଚ୍ଚ ୩୦ରେ ଏହାର ବୈଠକରେ ମହାରାଷ୍ଟ୍ର ନଲେଜ କର୍ପୋରେସନ୍ ଲିମିଟେଡ୍᠎᠎ରେ ପ୍ରତିନିଧିତ୍ୱ କରୁଥିବା ସୁଶ୍ରୀ କୋମଲ ଚୌବଲଙ୍କୁ ମନୋନୀତ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ। ସେ ମଧ୍ୟ ଏମ୍᠎᠎କେସିଏଲ୍ ନଲେଜ୍ ଫାଉଣ୍ଡେସନ ଏବଂ ହରିୟାଣା ନଲେଜ୍ କର୍ପୋରେସନ୍ ଲିମିଟେଡ୍᠎᠎ର ବୋର୍ଡରେ ଏମକେସିଏଲର ମନୋନୀତ ନିର୍ଦ୍ଦେଶକ ଅଟନ୍ତି । କର୍ପୋରେଟ ପ୍ରସଙ୍ଗରେ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ଯେପରିକି ଶାସନ, ପ୍ରଶାସନ ଏବଂ ଆଇନ ସମ୍ବନ୍ଧୀୟ ବିଷୟ؜। ସେ ଭାରତ ଏବଂ ବିଦେଶରେ ଯୁଗ୍ମ ଉଦ୍ୟୋଗ କମ୍ପାନୀ (ଜେଭିଏସ୍)ର ନିଗମନ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି