ବରିଷ୍ଠ ଜେନେରାଲ ମ୍ୟାନେଜର କେଏଲ୍ସି ଏବଂ ଏନ୍ପି-ଏମ୍ପି ଏମ୍କେସିଏଲ୍ର ବିଭିନ୍ନ ବ୍ୟବସାୟର ଉନ୍ନତି ଏବଂ କାର୍ଯ୍ୟକାରୀ ପାଇଁ ନେଟ୍ୱାର୍କ୍ ସହଭାଗୀଦାରମାନଙ୍କ ସହିତ ସମନ୍ୱୟ କରିଥାନ୍ତି I
୫୦୦୦ ରୁ ଅଧିକ ଅଧିକୃତ ଶିକ୍ଷା କେନ୍ଦ୍ର (ଏଏଲ୍ସି), ନେଟ୍ୱାର୍କ୍ ସହଭାଗୀଦାରମାନେ ଯେପରିକି, ସ୍ଥାନୀୟ ଲିଡ୍ ସେଣ୍ଟର୍ (ଏଲ୍ଏଲ୍ସି), ଆଞ୍ଚଳିକ ଲିଡ୍ ସେଣ୍ଟର୍ (ଆର୍ଏଲ୍ସି), ତାଲିମ୍ ପ୍ରଦାନକାରୀ (ଟିପି), ମାର୍କେଟିଂ ଇଣ୍ଟର୍ଣ୍ଣ୍ (ଏମ୍ଆଇ) ଓ ଏସ୍ବିୟୁ ସଂଯୋଜକମାନଙ୍କ ସହିତ ସମନ୍ୱୟ କରି ବ୍ୟବସାୟ କାର୍ଯ୍ୟ ପରିଚାଳନା କରିଥାନ୍ତି I
ବିଭିନ୍ନ ବ୍ୟବସାୟ ପାଇଁ କେନ୍ଦ୍ର ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକତ୍ର କରିବା ଏବଂ କାର୍ଯ୍ୟକାରୀ କରିବାରେ ସହାୟତା କରିଥାନ୍ତି I ବିଭିନ୍ନ କାର୍ଯ୍ୟର କାର୍ଯ୍ୟକାରିତା ପାଇଁ ନେଟ୍ୱାର୍କ୍ ସହଭାଗୀଦାର ଏବଂ ଉଦ୍ୟୋଗୀମାନଙ୍କୁ ସହଯୋଗ କରିଥାନ୍ତି I
ତାଙ୍କର ବ୍ୟବସାୟ ପ୍ରକ୍ରିୟା ସୃଷ୍ଟି କରିବା, ବିଶ୍ଳେଷଣାତ୍ମକ ଚିନ୍ତାଧାରା, ତଥ୍ୟ ବିଶ୍ଳେଷଣ, ବ୍ୟବସାୟ ପ୍ରକ୍ରିୟା ପୁନଃନିର୍ମାଣ ଇତ୍ୟାଦି ବିଷୟରେ ଜ୍ଞାନ ରହିଛି I ତାଙ୍କର ବ୍ୟବସାୟିକ ପ୍ରକ୍ରିୟା ବିଷୟରେ ଜ୍ଞାନ ଥିବା ଯୋଗୁଁ ନେଟ୍ୱାର୍କ୍ ପରିଚାଳନା କରିବା ଦ୍ୱାରା ବ୍ୟବସାୟର ଧାରାକୁ ବୁଝିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ କରିବା ଓ ନେଟ୍ୱାର୍କ୍ ପାଇଁ ଠିକ୍ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ I
ବିଭିନ୍ନ ମଡ୍ୟୁଲ୍ ଯେପରିକି - ମାର୍କେଟିଂ ଏବଂ ପ୍ରମୋସନ୍, ନେଟ୍ୱାର୍କ୍, ଆଡମିଶନ୍, ଆକାଡେମୀକ୍, ପରୀକ୍ଷା, ସପ୍ଲାଏ ଚେନ୍, କଷ୍ଟମର୍ ରିଲେସନ୍ସିପ୍, ସଫ୍ଟୱେୟାର୍ ଆବଶ୍ୟକତା, ଫାଇନାନ୍ସ୍ ଏବଂ ଗୁଣବତ୍ତା ଏବଂ ଏମ୍ଆଇଏସ୍ର ବିଭିନ୍ନ ଶିକ୍ଷାଗତ ସେବାର ପରିଚାଳନା କରିଥାଆନ୍ତି I